Surprise Castle
Satya Pattanaikanka Sahityara Mati O Akasha

Satya Pattanaikanka Sahityara Mati O Akasha - Paperback

$13.99
$15.00
-7%
Quantity
01

Pay over time for orders over $35.00 with

Offers & Perks

Earn 13 points with this purchase

Added to your rewards balance after checkout.

100 points welcome bonus

Create an account and start with extra points.

Join now
Availability:In StockContributor:V. Rajendra Raju, Rashmi DasTheme:Chronological Period/21st Century, Cultural Region/AsianPublish date:10/21/2022Pages:256
Languages:OriyaPublisher:Black Eagle BooksISBN-13:9781645603276ISBN-10:164560327XUPC:9781645603276Book Category:Literary CriticismBook Subcategory:Poetry, Asian, ModernBook Topic:21st CenturySize:8.50 x 5.50 x 0.58 inchesWeight:0.327Product ID:SC1JS7G9HF

କବି ସତ୍ୟ ପଟ୍ଟନାୟକ ଓଡ଼ିଆ ସାହିତ୍ୟ ଜଗତର ଏକ ପରିଚିତ ନାଁ । ସେ କବିତା ଓ ଗଳ୍ପ ଲେଖନ୍ତି । ତା ବାଦେ ଅନୁବାଦ କରିବାରେ ମଧ୍ୟ ସିଦ୍ଧହସ୍ତ । ତାଙ୍କ ଲେଖାରେ ଭାଷାର କ୍ଳିଷ୍ଟତା ନାହିଁ । ଅଛି କେବଳ ଭାବ ଭରା ଭାଷା, ଯାହା ପାଠକକୁ ଆକୃଷ୍ଟ କରିଥାଏ । ତାଙ୍କର ପ୍ରତିଟି ଲେଖାରେ ତାଙ୍କ ଜୀବନାନୁଭୂତି ଓ କାବ୍ୟାନୁଭୂତି ପ୍ରତିଫଳିତ ହୋଇଛି । ତାଙ୍କର ଭାବପ୍ରବଣତାକୁ ସେ ତାଙ୍କ କାବ୍ୟର ପ୍ରତିଟି ପଦରେ ଏପରି ଛନ୍ଦି ଦେଇଛନ୍ତି ଯେ ଯେତେ ପଢୁଥିଲେ ବି ପାଠକକୁ ଭାବ ବିଚ୍ୟୁତ କରେନା ।କବି ନିଜ ଜନ୍ମଭୂମି ପରିତ୍ୟାଗ କରି ଆଜି ଆମେରିକାରେ ଅଛନ୍ତି କିନ୍ତୁ ଏ ମାଟିର ମୋହକୁ ସେ ଏଯାଏଁ ଛାଡ଼ିନାହାନ୍ତି । ତାରୁଣ୍ୟ ଓ ଯୁବସୁଲଭ ଉନ୍ମାଦନାରେ ଛଳଛଳ ତାଙ୍କ କବିପଣ । ଓଡ଼ିଆ ସାହିତ୍ୟକୁ ସମୃଦ୍ଧି କରିବା ପାଇଁ ଆଜି ବି ସେ ପ୍ରତିଶ୍ରୁତିବଦ୍ଧ । ତାଙ୍କ ରଚିତ 'ପାଷାଣ ପ୍ରେମ ସଂଗୀତ', 'ଝର୍କା ଖୋଲା ଥାଉ', 'କ୍ଷୁଦ୍ର ଗଳ୍ପର ମୃତ୍ୟୁ ଓ ଅନ୍ୟାନ୍ୟ ଗଳ୍ପ', 'ଆମ ନିଜ ମାଟି ଓ ଅନ୍ୟାନ୍ୟ କବିତା' ପାଠକ ମନରେ ଯେଉଁ ଭାବ ସୃଷ୍ଟି କରିଛି ସେସବୁକୁ ନେଇ ପ୍ରକାଶିତ 'ସତ୍ୟ ପଟ୍ଟନାୟକଙ୍କ ସାହିତ୍ୟରେ ମାଟି ଓ ଆକାଶ' ପୁସ୍ତକ । ବାସ୍ତବିକ ବିଦେଶ ଭୂମିପରେ ଆମ ରାଜ୍ୟ ଓ ଦେଶର ଜଣେ ପ୍ରତିନିଧିଶ୍ରେଣୀୟ ବ୍ୟକ୍ତିତ୍ୱ ।


ହରପ୍ରସାଦ ଦାସ, ରାମଚନ୍ଦ୍ର ବେହେରା, ସଂଘମିତ୍ରା ମିଶ୍ର, ବିଷ୍ଣୁପ୍ରିୟା ଓତା, ଗୌରହରି ଦାସ, ଜ୍ୟୋତ୍ସ୍ନା ଦାସ, ମଣୀନ୍ଦ୍ର କୁମାର ମେ

Languages:OriyaPublisher:Black Eagle BooksISBN-13:9781645603276ISBN-10:164560327XUPC:9781645603276Book Category:Literary CriticismBook Subcategory:Poetry, Asian, ModernBook Topic:21st CenturySize:8.50 x 5.50 x 0.58 inchesWeight:0.327Product ID:SC1JS7G9HF
Das, Rashmi: - "ଡକ୍ଟର ରଶ୍ମି ଦାସ (୧୯୬୭) ଏମ୍].ଏ, ପିଏଚ୍].ଡି. ଓଡ଼ିଆ, ହିନ୍ଦୀ - କୋବିଦ । ସେ ଏକାଧାରରେ ଜଣେ କବି, ପ୍ରାବନ୍ଧିକା, ସମାଲୋଚିକା ଏବଂ ଉପସ୍ଥାପିକା । ଓଡ଼ିଆ ଭାଷା-ସାହିତ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଗବେଷଣା ସମାପ୍ତ ପରେ ତାଙ୍କ ଦ୍ୱାରା ଲିଖିତ "Performing Art, Culture in Odisha-Vision, Mission and Contribution of Dr. Satchi Das" ଏକ ପାଠକାଦୃତ ଉଚ୍ଚମାନର ଗବେଷଣା ପୁସ୍ତକ । ଏତଦ୍]ବ୍ୟତୀତ ଗୋଦାବରୀଶ, ଗବେଷଣା ପ୍ରତିଷ୍ଠାନ, ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦ, ସାରସ୍ୱତ ସାହିତ୍ୟ ଅନୁଷ୍ଠାନ, ଭାଷା ସଂସ୍କୃତି ଅନୁଷ୍ଠାନ ଭଳି ସାରସ୍ୱତ କ୍ଷେତ୍ର ସହିତ ଜଡ଼ିତ ରହି ତତ୍]ସମ୍ବନ୍ଧୀୟ କାର୍ଯ୍ୟ ନିର୍ବାହ କରୁଛନ୍ତି । ଅନେକ ପତ୍ରିକାର ସଂପାଦନା ମଣ୍ଡଳୀରେ ମଧ୍ୟ ସେ କାର୍ଯ୍ୟରତ । ଦୀର୍ଘ ବର୍ଷ ଧରି କାଦମ୍ବିନୀ ପାଲ (ଯାଜପୁର) ତଥା କୀଟ୍ ଯୁକ୍ତ ଦୁଇ ବିଜ୍ଞାନ ଅନୁଷ୍ଠାନରେ ଓଡ଼ିଆ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟ କରି ସଂପ୍ରତି ସେ ଜାଭିୟର୍ସ ଇଣ୍ଟରନ୍ୟାସ୍]ନାଲ୍ ମହାବିଦ୍ୟାଳୟରେ ବରିଷ୍ଠ ଶିକ୍ଷୟିତ୍ରୀ ଭାବେ ଅବସ୍ଥାପିତ । ରଶ୍ମି ଦାସ ଟି.ଭି ଏବଂ ରେଡିଓରେ ଅନେକ ସାଂସ୍କୃତିକ କାର୍ଯ୍ୟ କରି ସୁନାମ ଅର୍ଜନ କରିବା ସହିତ ବହୁ ପ୍ରଶଂସିତ ହୋଇଛନ୍ତି ।"Raju, V. Rajendra: - ଡକ୍ଟର ଭି. ରାଜେନ୍ଦ୍ର ରାଜୁ (୧୯୫୫) ପ୍ରବନ୍ଧ ଓ ଆଧ୍ୟାତ୍ମିକ ପ୍ରସଙ୍ଗକୁ ନେଇ ଅନେକ ପୁସ୍ତକ ରଚନା କରିଛନ୍ତି । ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଲେଖା ପ୍ରକାଶ ପାଇଛି । ତାଙ୍କ ରଚିତ 'ଏ ଯୁଗର ରାଧା' ଭାରତ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛି । ତାଙ୍କର ପ୍ରକାଶିତ ପୁସ୍ତକ ଭିତରେ 'ବିଦ୍ୟୁତ୍ ବିଜ୍ଞାନ', 'କଳିଙ୍ଗ ରାଣୀ କାରୁବାକୀ', 'ମହୀୟସୀ ମହିଳା ସରଳା', 'ପ୍ରତିଭାଦୀପ୍ତ ପଞ୍ଚସଖା' ଓ 'ତୁମ କଥା ମନେପଡ଼େ' ପାଠକୀୟ ଆଦୃତି ପାଇଛି । ସଂପ୍ରତି ଉତ୍କଳ ବିଶ୍ୱବିଦ୍ୟାଳୟ ଓ କିଟ୍ ବିଶ୍ୱବିଦ୍ୟାଳୟରେ ଅତିଥି ଅଧ୍ୟାପକ ରୂପେ କାର୍ଯ୍ୟରତ ।
Publisher: Black Eagle Books

Free shipping on orders over $75. Standard shipping takes 3-7 business days. Eligible items may be returned within 30 days of delivery. Conditions apply.